ରାଜ୍ୟରେ ଉଠିଲା କରୋନା ଗ୍ରାଫ, ଦିନରେ ୩୮୭ ଚିହ୍ନଟ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ପୁଣି ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ କରୋନାରୁ ୪୬୧ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୨୨୩ ଓ ସ୍ଥାନୀୟ ସଂକ୍ରମିତ ୧୬୪ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୭୫ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟର ଅନୁଗୁଳ ଜିଲାରେ ୨, ବାଲେଶ୍ୱର ୯, ବରଗଡ ୨, ଭଦ୍ରକ ୧, ବଲାଙ୍ଗିର ୨ ଓ କଟକରେ ୩୩ ଚିହ୍ନଟ ହୋଇଛନ୍ତି । ଦେବଗଡ ୬, ଢେଙ୍କାନାଳ ୫, ଗଞ୍ଜାମ ୩, ଜଗତସିଂହପୁର ୧୦, ଯାଜପୁର ୧୦, ଝାରସୁଗୁଡା ୧, କନ୍ଧମାଳ ୧, କେନ୍ଦ୍ରାପଡା ୬, କେନ୍ଦୁଝରରେ ୪ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୧୯୫, ମୟୁରଭଞ୍ଜ ୨, ନବରଙ୍ଗପୁର ୧, ନୟାଗଡ ୬, ପୁରୀ ୧୨, ରାୟଗଡା ୧, ସମ୍ବଲପୁର ୧୮, ସୋନପୁର ୧, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୪୩ ଚିହ୍ନଟ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୯୮୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାରେ ମୃତକ ଦୁଇଜଣଙ୍କ ମଧ୍ୟରୁ ବାଲେଶ୍ୱର ଓ ଖୋର୍ଦ୍ଧା ଜିଲାରେ ଜଣେ ଲେଖାଏଁ ରହିଥିବା ଜଣାଯାଇଛି ।

Comments are closed.