ରାଜ୍ୟରେ ୩୭୪ ନୂଆ କରୋନା ସଂକ୍ରମିତ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୧୮ ଓ ସ୍ଥାନୀୟ ସଂକ୍ରମିତ ୧୫୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୬୫ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲାରୁ ୬, ବାଲେଶ୍ୱର ୧୪, ବରଗଡ ୪, ଭଦ୍ରକ ୬, ବଲାଙ୍ଗିର ୧, କଟକରୁ ୧୭ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୪, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୫, ଜଗତସିଂହପୁର ୧୧, ଯାଜପୁର ୧୩, ଝାରସୁଗୁଡା ୧, କଳାହାଣ୍ଡି ୧, କେନ୍ଦ୍ରାପଡାରୁ ୩ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୧, ଖୋର୍ଦ୍ଧା ୧୮୨, ମୟୁରଭଞ୍ଜ ୨୨, ନୟାଗଡ ୧, ନୂଆପଡା ୮, ପୁରୀ ୭, ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡ ୯ ଏବଂ ଷ୍ଟେଟପୁଲରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୫୩ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୪୩୮୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦିନକ ମଧ୍ୟରେ ଖୋର୍ଦ୍ଧାରୁ ୨, କଟକ ଓ ନୟାଗଡ ଜିଲାରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

Comments are closed.