ଭାରତରେ କରୋନା: ୨୨୯୩ ମୃତ, ୨୪ ଘଣ୍ଟାରେ ୩୬୦୪ ନୂଆ ସଂକ୍ରମିତ

ନୂଆଦିଲ୍ଲୀ:  ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ୭୦ ହଜାର ୭୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୨୨ ହଜାର ୪୫୪ ଜଣ ସୁସ୍ଥ ହୋଇଥିବାବେଳେ ୪୬ ହଜାର ୮ ଜଣ ଚିକିତ୍ସାଧୀନ ବା ସକ୍ରିୟ ସଂକ୍ରମିତ ରହିଛନ୍ତି ବୋଲ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୩ ହଜାର ୪୦୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୬୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୨ୟ ସର୍ବାଧିକ ୮୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦିଲ୍ଲୀରେ ୭୨୩୩ ଆକ୍ରାନ୍ତ ଓ ୭୩ ମୃତ, ତାମିଲନାଡୁରେ ୮୦୦୨ ଆକ୍ରାନ୍ତ ଓ ୫୩ ମୃତ, ରାଜସ୍ଥାନରେ ୪୦୩୫ ଆକ୍ରାନ୍ତ ଓ ୧୧୫ ମୃତ, ମଧ୍ୟପ୍ରଦେଶରେ ୩୭୮୫ ଆକ୍ରାନ୍ତ ଓ ୨୨୧ ମୃତ, ଉତ୍ତରପ୍ରଦେଶରେ ୩୫୭୩ ଆକ୍ରାନ୍ତ ଓ ୮୦ ମୃତ, ଆନ୍ଧ୍ରପ୍ରଦେଶରେ ୨୦୧୮ ଆକ୍ରାନ୍ତ ଓ ୪୫ ମୃତ, ପଞ୍ଜାବରେ ୧୮୭୭ ଆକ୍ରାନ୍ତ ଓ ୩୧ ମୃତ, ପଶ୍ଚିମବଙ୍ଗରେ ୨୦୬୩ ଆକ୍ରାନ୍ତ ଓ ୧୯୦ ମୃତ, ତେଲେଙ୍ଗାନାରେ ୧୨୭୫ ଆକ୍ରାନ୍ତ ଏବଂ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.