ଦେଶରେ କୋଭିଡର ଦୈନିକ ସଂକ୍ରମଣରେ ଲମ୍ବା ଡିଆଁ; ଚିହ୍ନଟ ହେଲେ ୩୩,୭୫୦ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ କୋଭିଡ ସଂକ୍ରମଣ ସିଧା ଉପରମୁହାଁ ଲମ୍ଫ ପ୍ରଦାନ କରିଛି । ୨୪ ଘଣ୍ଟା ମଧ୍ୟରେ ଶେରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାହାର ଦିନକ ପୂର୍ବରୁ ଅର୍ଥାତ ଜାନୁଆରୀ ୧ ତାରିଖରେ ୨୭,୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ଡିସେମ୍ବର ୩୧ରେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨୨,୭୭୫ ରହିଥିଲା । ତିନିଦିନର ଗ୍ରାଫକୁ ଦେଖିଲେ ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ଖୁବଶୀଘ୍ର ଅଣାୟତ୍ତ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି । ଦିନକ ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୦,୮୪୬ ଜଣ । ଏଥିସହିତ ୧୨୩ ଜଣ କୋଭିଡ ଆକ୍ରାନ୍ତଙ୍କର ଏହି ସମୟ ମଧ୍ୟରେ ମୃତ୍ୟୁ ଘଟିଛି । କୋଭିଡ ଜନିତ ମୃତ୍ୟୁସଂଖ୍ୟା ୪,୮୧,୮୯୩କୁ ବୃଦ୍ଧିପାଇଛି । ଦେଶରେ ଏପର୍ଯ୍ୟନ୍ତ ୩,୪୨,୯୫,୪୦୭ ଜଣ ସୁସ୍ଥ ହୋଇସାରିଲେଣି । ଇତିମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୫୮୨କୁ ବୃଦ୍ଧିପାଇଛି । କୋଭିଡରୁ ଆରୋଗ୍ୟ ହାର ୯୮.୨୦% ରହିଛି । ଦୈନିକ ସଂକ୍ରମଣ ୩.୮୪% ଏବଂ ସାପ୍ତାହିକ ହାର ୧.୬୮% ରହିଛି । ରବିବାର ସଂଧ୍ୟା ସୁଦ୍ଧା ମୋଟ ୧୪୫.୬୮ କୋଟି ପାନ ଟିକା ଦିଆଯାଇଛି ।

Comments are closed.