ରାଜ୍ୟରେ ଦିନକରେ ୩୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ମଙ୍ଗଳବାର ଦିନକ ମଧ୍ୟରେ ୩୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୮୭ ଓ ସ୍ଥାନୀୟ ସଂକ୍ରମିତ ୧୩୫ ଜଣ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୨ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୨, ବାଲେଶ୍ୱର ୬, ବରଗଡ ୧, ଭଦ୍ରକ ୭, ବଉଦ ୧, କଟକ ୧୯, ଢେଙ୍କାନାଳରେ ୩ ଜଣ ଚିହ୍ନଟ ହୋଇଛନ୍ତି । ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୯, ଯାଜପୁର ୧୩, କଳାହାଣ୍ଡି ୨, କେନ୍ଦ୍ରାପଡା ୮, କେନ୍ଦୁଝର ୧ ଓ ଖୋର୍ଦ୍ଧାରେ ୧୬୯ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରେ ୧, ମୟୁରଭଞ୍ଜ ୩, ନବରଙ୍ଗପୁର ୧, ନୟାଗଡ ୪, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୦, ସୁନ୍ଦରଗଡ ୮, ସୋନପୁର ୧ ଓ ଷ୍ଟେଟପୁଲରୁ ୩୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୪୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ସଂପ୍ରତି ୪୦୦୦ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Comments are closed.