ବାଙ୍କୀ ସହରକୁ ୩୨ଟି ପ୍ରକଳ୍ପ ଅନୁମୋଦନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବାଙ୍କୀ : ରାଜ୍ୟ ସରକାରଙ୍କ ପକ୍ଷରୁ ବାଙ୍କୀ ସହରାଞ୍ଚଳର ବିକାଶ ନିମନ୍ତେ ୩୨ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବାରୁ ବାଙ୍କୀ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ପ୍ରଦାନ କରାଯାଇଛି । ବିଜୁ ଜନତା ଦଳ ନଗର ସଭାପତି ହରେକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ନେତ୍ରୀ ପ୍ରତିଲତା ଗିରି, ଭାଗିରଥୀ ବିଶ୍ୱାଳ,ସୁବାଷ ପାଢୀ ଓ ସନାତନ ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ସକ୍ରିୟ ସହଯୋଗରେ ୩୨ଟି ପ୍ରକଳ୍ପ ସ୍ୱରୂପ ପ୍ରାୟ ୨କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଆଲୋକପାତ କରିଛନ୍ତି । ନଗର ଉର୍ଣ୍ଣୟନ ବିଭାଗ ତରଫରୁ ପ୍ରତି ସହରାଞ୍ଚଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ବାଙ୍କୀ ଏନ.ଏ.ସିର ବିଭିନ୍ନ ଓାର୍ଡ ପାଇଁ ଆବଶ୍ୟକ ଚଲା ରାସ୍ତା,ଛୋଟ ପାର୍କ,ରାସ୍ତା ପାଶ୍ୱ୍ର‌୍ୟ ଶୈାଚାଳୟ,ଜିମ୍ ଓ ରାସ୍ତା ପାଶ୍ୱ୍ର‌୍ୟ ଭେଣ୍ଡିଂଜୋନ୍ ଆଦି ନିର୍ମାଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବାଙ୍କୀ ସହରବାସୀଙ୍କ ଦୀର୍ଘ ଦିନର ଦାବି ଅନୁଯାଇ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଥିବା ପ୍ରକାଶ କରିଛନ୍ତି। ଛାତ୍ର ବିଜେଡି ସଭାପତି ମାନସ କର,ବିପିନି ବେହେରା,ଲକ୍ଷ୍ମୀଧର ପରିଡା,ଜାମିନୀ ମହାପାତ୍ର,ପୂର୍ବତନ ନଗରପାଳ ଅକ୍ଷୟ କୁମାର ପ୍ରଧାନ,ଟଙ୍କଧର ମନ୍ତ୍ରୀ,ପ୍ରସନ୍ନ ପ୍ରଧାନ,ମାୟାଧର ପ୍ରଧାନ,ଧର୍ମାନନ୍ଦ ସ୍ୱାଇଁ,ଦାଶରଥି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.