ଦେଶରେ ୨୪ ଘଣ୍ଟାରେ ୩୧,୯୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୨ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧,୯୨୩ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୈନିକ ସଂକ୍ରମଣ ହାର ୨.୦୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୧% ରହିଛି। ଏଥିସହିିତ ଦିନକ ମଧ୍ୟରେ ୨୮୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଦିନକ ମଧ୍ୟରେ ୩୧.୯୯୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ କରୋନାରୁ ୩,୨୮,୧୫,୭୩୧ ଜଣ ସୁସ୍ଥ ହୋଇସାରିଲେଣି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୭୭% ରହିଛି। ସଂପ୍ରତି ୩,୦୧,୬୦୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଇତିମଧ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୬,୦୫୦କୁ ବୃଦ୍ଧିପାଇଛି। ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୮୩,୩୯,୯୦,୦୪୯ ପାନ କୋଭିଡ ଟିକା ଦିଆଯାଇସାରିଛି। କେବଳ ଗୁରୁବାର ଗୋଟିଏ ଦିନରେ ୭୧,୩୮,୨୦୫ ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଦିନକ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୩୧,୯୨୩ ନୂଆ କରୋନା ରୋଗୀଙ୍କ ମଧ୍ୟରେ କେବଳ କେରଳରୁ ୧୯,୬୭୫ ରୋଗୀ ରହିଛନ୍ତି। ଏଥିସହିତ ଦିନକ ମଧ୍ୟରେ କେରଳରେ ୧୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Comments are closed.