ଟୋକିଓ : ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ମଧ୍ୟ ଭାରତ ପାଇଁ ଏକ ଉନ୍ନତ ପ୍ରଦର୍ଶନର ଦିନ ସାବ୍ୟସ୍ତ ହୋଇଛି । ଲଭଲିନା ବୋର୍ଗେହେନ୍ ମୁଷ୍ଟିଯୁଦ୍ଧରେ ତାଙ୍କର ପ୍ରଥମ ପଦକ ନିଶ୍ଚିତ କରିଛନ୍ତି । ସେ ମହିଳା ମୁଷ୍ଟିଯୁଦ୍ଧ ୬୯ କେ.ଜି ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ହକିରେ ଭାରତ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଛି । ତେବେ ତୀରନ୍ଦାଜରେ ଦୀପିକା କୁମାରୀଙ୍କୁ କ୍ୱାର୍ଟର ଫାଇନାଲରେ କୋରିଆ ଖେଳାଳିଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ପୁଲ- ଏଫର ଶେଷ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୫-୩ ରେ ପରାସ୍ତ କରିଛି। ଏହା ହେଉଛି ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ।

Comments are closed.