ଓଡ଼ିଶାରେ ୩୦୩୧ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩ ରହିଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୨୧, ବାଲେଶ୍ୱର ୨୯୦, ବରଗଡ ୩୯, ଭଦ୍ରକ ୧୩୫, ବଲାଙ୍ଗୀର ୩୦, ବଉଦ ୪୦, କଟକ ୨୯୫, ଦେବଗଡ ୧୧, ଢେଙ୍କାନାଳ ୯୦, ଗଜପତି ୨୫, ଗଞ୍ଜାମ ୨୬, ଜଗତସିଂହପୁର ୧୦୭, ଝାରସୁଗୁଡା ୧୭, କଳାହାଣ୍ଡି ୩୯, କନ୍ଧମାଳ ୩୮, କେନ୍ଦ୍ରାପଡା ୧୧୮, କେନ୍ଦୁଝର ୬୮ ଏବଂ ଖୋର୍ଦ୍ଧା ଜିଲାରୁ ୩୮୧ ଜଣ ରହିଛନ୍ତି । ସେହିଭଳି କୋରାପୁଟରୁ ୬୮, ମାଲକାନଗିରି ୪୩, ମୟୁରଭଞ୍ଜ ୧୬୭, ନବରଙ୍ଗପୁର ୬୩, ନୟାଗଡ ୧୪୦, ନୂଆପଡା ୨୦, ପୁରୀ ୧୮୦, ରାୟଗଡା ୪୪, ସମ୍ବଲପୁର ୩୦, ସୋନପୁର ୨୨, ସୁନ୍ଦରଗଡ ୮୦ ଏବଂ ଷ୍ଟେଟପୁଲରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମୋଟ ୮୪୦୨୧୪ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୩୬୬୩୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Comments are closed.