ମଧ୍ୟପ୍ରଦେଶରେ ଖୋଲିବ ୩ଶହ ସ୍ମାର୍ଟ ଗୋଶାଳା

ଭୋପାଳ: ମଧ୍ୟପ୍ରଦେଶ ପଶୁ ସମ୍ପଦ ମନ୍ତ୍ରୀ ଲାଖନ ସିଂ ଯାଦବ କହିଛନ୍ତି ଯେ କମଲନାଥ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟରେ ୩୦୦ ସ୍ମାର୍ଟ ଗୋଶାଳା ଖୋଲିବା ପାଇଁ ଏକ ବିଦେଶୀ କମ୍ପାନୀ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଯାଦବ କହିଛନ୍ତି, ଏହି ସ୍ମାର୍ଟ ଗୋଶାଳା ସ୍ଥାପନ ସମ୍ପର୍କିତ ବୁଝାମଣା ପତ୍ର ଖୁବ ଶୀଘ୍ର ସ୍ଵାକ୍ଷର ହେବ।

ସେ କହିଛନ୍ତି, ସମ୍ପୃକ୍ତ କମ୍ପାନୀ ମଧ୍ୟପ୍ରଦେଶରେ ପ୍ରତ୍ୟେକ ବର୍ଷ ୬୦ଟି ଗୋଶାଳା ନିର୍ମାଣ କରିବ ଓ ୫ବର୍ଷରେ ୩୦୦ଟି ଗୋଶାଳା ନିର୍ମାଣ ହେବ। ଏହି ସ୍ମାର୍ଟ ଗୋଶାଳା ସମ୍ପୂର୍ଣ୍ଣ ଭାବେ ବାତାନୁକୂଳିତ ହେବ ଓ ଏଥିପାଇଁ ବିଦେଶରେ ରହୁଥିବା ଭାରତୀୟଙ୍କ ଠାରୁ ଅର୍ଥ ଯୋଗାଡ଼ କରିବା ପାଇଁ ଚେଷ୍ଟା ଚାଲିଥିବା ଯାଦବ କହିଛନ୍ତି। ଏହା ବାଦ ମଧ୍ୟପ୍ରଦେଶ ସରକାର ନିଜେ ୧ହଜାର ଗୋଶାଳା ମଧ୍ୟ ନିର୍ମାଣ କରିବେ। କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ଗୋଶାଳା ନିର୍ମାଣ କରିବ ବୋଲି ପ୍ରତିଶୃତି ଦେଇଥିଲା।

Comments are closed.