ଜୁଆ ଆଡ୍ଡା ଉପରେ ଚଢାଉ : ୩୦ ଜଣ ଗିରଫ

ବ୍ରହ୍ମପୁର : ଗତକାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢାଉ କରିଥିଲେ । ରଜପର୍ବ ପାଳନ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲିଥିବାର ଖବର ପୁଲିସର ହସ୍ତାନ୍ତର ହୋଇଥିଲା । ଖଲ୍ଲିକୋଟ , ପୋଲସରା ଏବଂ ଗାଙ୍ଗପୁର ଥାନା ଅଞ୍ଚଳରେ ପୁଲିସ ଦ୍ୱାରା ଚଢାଉ କରାଯାଇଥିଲା । ଚଢାଉ ବେଳେ ୩୦ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ନଗଦ ୮୩ , ୧୪୦ ଟଙ୍କା , ୮ଟି ବାଇକ୍ ଓ ୧୧ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏନେଇ ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ଜୁଆ ଖେଳ ଚାଲୁଥିବା ବେଳେ ପୁଲସ ଏହି ଚଢାଉ କରିଥିଲା ।

Comments are closed.