ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ପାଇଁ ୩୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଶ୍ରୀନଗର : ଅଫିସରେ କାର୍ଯ୍ୟ କରୁଥିବାବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କନିଷ୍ଠ କୃଷି ସଂପ୍ରସାରଣ ଅଧିକାରୀ ଶେଖ୍‍ ଜହୁର ଅହମ୍ମଦଙ୍କ ପରିବାରକୁ ୩୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି। ଜହୁର ଅହମ୍ମଦ ଓ ହକୁରା ଗ୍ରାମ ସରପଞ୍ଚ ସୟଦ୍‍ ମହମ୍ମଦ ରଫି ସେହି ଆତଙ୍କବାଦୀ  ଆକ୍ରମଣରେ ପ୍ରାଣ ହରାଇଥିଲେ।

ଗତ ମଙ୍ଗଳବାର ଦିନ ‘ଗ୍ରାମକୁ ଫେରିଚାଲ’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆତଙ୍କବାଦୀ ମାନେ ଗ୍ରେନେଡ୍‍ ଆକ୍ରମଣ କରିଥିଲେ। ଆକ୍ରମଣରେ ମୃତ୍ୟୁଘଟିଥିବା ସରପଞ୍ଚଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମଧ୍ୟ ଉପରାଜ୍ୟପାଳ ଗ୍ରାମାଞ୍ଚଳ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆକ୍ରମଣରେ ଆଉ ଦୁଇଜଣ ସରକାରୀ କର୍ମଚାରୀ ଆହତ ହୋଇଥିଲେ। ଆହତ କର୍ମଚାରୀମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବାକୁ ଉପରାଜ୍ୟପାଳ କାଶ୍ମୀର ଡିଭିଜନାଲ୍‍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.