କାନ୍ଥ ପଡ଼ି ୩ ବର୍ଷର ଶିଶୁ ଗୁରୁତର

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ପଂଚାୟତର ଗେରେଡିସାହି ଗ୍ରାମରେ ଲଗାଣବର୍ଷାରେ ଘରକାନ୍ଥ ପଡି ଏକ ୩ବର୍ଷର ଶିଶୁ ଗୁରୁତର ଆହତ ହୋଇଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମତେ, ଗତ ଶୁକ୍ରବାରଦିନ ଗେରେଡିସାହି ଗ୍ରାମର ଗୁରୁଦେବ ନାଏକଙ୍କ ଘରର ମାଟି କାନ୍ଥ ଲଗାଣବର୍ଷାରେ ତାଙ୍କ ୩ବର୍ଷର ପୁଅ ଦୁଶମନ୍ତ ନାଏକ ଉପରେ ପଡ଼ିଯାଇଥିଲା। ଫଳରେ ତା’ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାକୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୁଣାକଟକ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାକୁ ବୌଦ୍ଧ ଏବଂ ଶେଷରେ ବୁର୍ଲ୍ଲା ମେଡିକାଲଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତମାନ ସେ ବୁର୍ଲ୍ଲା ମେଡିକାଲରେ ଚିକିତ୍ସାଧିନ ରହିଥିବା ଜଣାପଡିଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବା ସହିତ ଗରିବ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇବାକୁ ଦାବୀ ଉଠୁଛି।

Comments are closed.