୩ ଉଲ୍‍ଫା ସଦସ୍ୟ ଗିରଫ, ବନ୍ଧୁକ ଓ ବୋମା ଜବତ

ଗୁଆହାଟୀ : ଆସାମର ତିନସୁକିଆ ଜିଲାରୁ ମଙ୍ଗଳବାର ସୁରକ୍ଷା କର୍ମୀମାନେ ନିଷିଧ ଘୋଷିତ ୟୁନାଇଟେଡ ଲିବେରସେନ ପ୍ରଣ୍ଟ ଅଫ ଆସାମ (ଉଲ୍‍ଫା)ର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି।
ଗିରଫ ବିଚ୍ଛିନ୍ନତାବାଦୀ ସଂଗଠନ ଉଲଫାର ସଦସ୍ୟ ହେଲେ ଏସ୍‍ଏସ୍‍ ବୁବୁଲ ମୋରାନ ଓରଫ ଟାଇଗର ଆସୋମ, ବିନୋଦ ଦାହୋତିଆ ଓରଫ ସ୍ୱଦେଶୀ ଆସୋମ, ଚନ୍ଦ୍ରକାନ୍ତ ବୋରହୋହାଇଁ ଓରଫ ତାଇପୋଙ୍କ ଆସୋମ। ସେମାନଙ୍କ ନିକଟରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ବୋମା ଜବତ କରାଯାଇଛି। ଭାରତୀୟ ସେନା ଓ ଆସାମ ପୁଲିସ୍‍ ପକ୍ଷରୁ ଭାରତ-ମିଆଁମାର ସୀମାନ୍ତରେ ମିଳିତ ଅଭିଯାନ ଚାଲିଥିବାବେଳେ ଉପରୋକ୍ତ ଉଲ୍‍ଫା ସଦସ୍ୟଙ୍କୁ ଗିରଫ କରାଯାଇଛି।

Comments are closed.