ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ : ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି। ନେସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଂଟ୍ରୋଲ ନିର୍ଦେଶକ ଏସ.କେ ସିଂହ ବୁଧବାର ଏହି ସୂଚନା ଦେଇଛନ୍ତି। ଦେଶର ୧୮ଟି ରାଜ୍ୟରୁ ୭୭୧ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏହି ୭୭୧ଟି ଷ୍ଟ୍ରେନ୍ ମଧ୍ୟରୁ ୭୩୬ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଲ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି।

ତେବେ ୭୩୬ ୟୁକେ ଷ୍ଟ୍ରେନ୍ ମଧ୍ୟରୁ ଓଡ଼ିଶାରୁ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି। ପଞ୍ଜାବରୁ ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ଏକ ସପ୍ତାହ ହେବ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରୁ  ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଫଳରେ ମୋଟ ପଜିଟିଭ ସଂଖ୍ୟା ୩,୩୯,୨୪୬କୁ ବୃଦ୍ଧି ପାଇଛି। ୩,୩୬,୨୬୬ ଆରୋଗ୍ୟ ଲାଭ କରିଥିବା ବେ​ଳେ ବେଳେ ୧୦୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments
Loading...