ଭଦ୍ରକ-ଖଡ଼ଗପୁର ରେଳ ସେକ୍ସନରେ ଆସନ୍ତାକାଲି ୩ ଟ୍ରେନ୍ ବାତିଲ

ଭୁବନେଶ୍ବର :  ଦକ୍ଷିଣ ପୂର୍ବ ରେଳପଥ ଅଧୀନସ୍ଥ ଖଡ଼ଗପୁର ରେଳମଣ୍ଡଳର ଭଦ୍ରକ-ଖଡ଼ଗପୁର ରେଳ ସେକ୍ସନର ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ରୋଡ଼ ଓଭର ବ୍ରିଜରେ ଗର୍ଡ଼ର ସ୍ଥାପନ ଓ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆସନ୍ତାକାଲି ଅର୍ଥାତ ରବିବାର  ୩ଟି ଟ୍ରେନ ଦିନକ ପାଇଁ ବାତିଲ କରାଯାଇ ଥିବାବେଳେ ୭ଟି ଟ୍ରେନର ସମୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ସୂଚନା ଅନୁସାରେ ରବିବାର ଉଭୟ ଦିଗରୁ ତିନିଟି ଟ୍ରେନ୍‌କୁ ବାତିଲ କରାଯାଇଛି । ୬୮୦୫୨/୬୮୦୫୧ ବାଲେଶ୍ୱର-ଭଦ୍ରକ-ବାଲେଶ୍ୱର ମେମୁ, ୬୮୧୦୯/୬୮୦୧୦ ଖଡ଼ଗପୁର-ଯାଜପୁର-କେନ୍ଦୁଝର ରୋଡ଼-ଖଡ଼ଗପୁର ମେମୁ ଓ ୧୨୦୭୩/୧୨୦୭୪ ହାୱଡ଼ା-ଭୁବନେଶ୍ୱର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ ବାତିଲକୁ ବାତିଲ କରାଯାଇଛି।
ସେହିପରି ରବିବାର ଦିନ ହାୱଡ଼ାରୁ ଛାଡିବାକୁ ଥିବା ୧୨୮୨୧ ଧଉଳି ଏକ୍ସପ୍ରେସ, ୧୨୭୦୩ ଫଲକନାମା ଏକ୍ସପ୍ରେସ, ୧୨୨୭୭ ଶତାବ୍ଦୀ ଏକ୍ସପ୍ରେସ, ପୁରୀରୁ ଛାଡିବାକୁ ଥିବା ୧୨୨୭୮ ଶତାବ୍ଦୀ ଏକ୍ସପ୍ରେସ ଓ ୧୨୮୨୨ ଧଉଳି ଏକ୍ସପ୍ରେସ, ଖଡ଼ଗପୁରରୁ ଛାଡିବାକୁ ଥିବା ଖଡ଼ଗପୁର-ଭଦ୍ରକ ମେମୁ ସହିତ ୨୮ ତାରିଖ ଶନିବାର ଆନନ୍ଦ ବିହାରରୁ ଛାଡିବାକୁ ଥିବା ୧୨୮୧୬ ନନ୍ଦନକାନନ ଏକ୍ସପ୍ରେସ ଓ ଚେନ୍ନାଇରୁ ଛାଡ଼ିବାକୁଥିବା ୧୨୮୪୨ କରମଣ୍ଡଳ ଏକ୍ସପ୍ରେସ ଚଳାଚଳ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଅନ୍ୟପକ୍ଷରେ  ରେଳଯାତ୍ରୀଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଶନିବାରଠାରୁ ରାଉରକେଲା-ଗୁଣପୁର-ରାଉରକେଲା ରାଜାରାଣୀ ଏକ୍ସପ୍ରେସ୍‍କୁ ସପ୍ତାହର ସବୁଦିନ ଚଳାଚଳ କରାଯିବ। ଏହି ଟ୍ରେନ୍‍ ପାଇଁ ସ୍ଥିରୀକୃତ ରହଣୀ ଷ୍ଟେସନ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ସୂଚନାଯୋଗ୍ୟ ଯେ, ୨୦୧୧ ନଭେମ୍ବରଠାରୁ ରାଜାରାଣୀ ଏକ୍ସପ୍ରେସ୍‍ ସପ୍ତାହକୁ ୩ଦିନ ଧରି ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିଲା। ଏହି ଟ୍ରେନ୍‍ ରାଉରକେଲାରୁ ରାତି ୯ଟା ୨୦ରେ ଛାଡ଼ି ତା’ପରଦିନ ଅପରାହ୍ନ ଗୋଟାଏ ୩୫ରେ ଗୁଣୁପୁର ଠାରେ ପହଞ୍ଚୁଥିବାବେଳେ ଫେରିବା ପଥରେ ଏହା ଗୁଣପୁରରୁ ଅପରାହ୍ନ ୩ଟା ୧୫ରେ ଛାଡ଼ି ତା’ପରଦିନ ସକାଳ ୮ରେ ରାଉରକେଲାରେ ପହଞ୍ଚୁଛି ।

Comments are closed.