ହିଜବୁଲ କମାଣ୍ଡର ସମେତ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ବୁଧବାର ଯବାନ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ୫ ଘଣ୍ଟା ଧରି ଚାଲିଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନାସିର ଚାଦରୁ ରହିଛି। ଅନ୍ୟ ଦୁଇ ଜଣ ତା’ର ସହଯୋଗୀ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଅନନ୍ତନାଗରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେଶ ଆରମ୍ଭ କରାଯାଇଥିଲା। ବୁଧବାର ଆତଙ୍କବାଦୀମାନେ ୪ ପଟୁ ଘେରି ହୋଇ ରହିଥିବା ଜାଣିବା ପରେ ଯବାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ବୁଧବାର ସକାଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଅନେକ ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ୩ ଆତଙ୍କୀ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ। ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Comments are closed.