ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ମଙ୍ଗଳବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାପୂର୍ବରୁ ଶୋପିଆଁ ଜିଲାରେ ମଇ ୬ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୋକରନାଗ ଜିଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରିଥିଲେ। ଏହାସହ ତଲାସି ଆରମ୍ଭ କରିଥିଲେ। ନିଜକୁ ଘେରାଉ ଅବସ୍ଥାରେ ଦେଖି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ତଲାସି ଅଭିଯାନ ଚାଲୁ ରହିଛି ବୋଲି ସୂଚନା ମିଳିଛି।

 

Comments are closed.