ବିଜେପି ଦଳୀୟ ସଂଗଠନରେ ବ୍ୟାପକ ପରିବର୍ତ୍ତନ ;

ନୂଆଦିଲ୍ଲୀ : ବିଜେପି ନିଜ ଦଳୀୟ ସଂଗଠନରେ ଶନିବାର ବ୍ୟାପକ ପରିବର୍ତ୍ତନ କରିଛି। ୩ଟି ରାଜ୍ୟର ନୂଆ ମୁଖ୍ୟ ଭାବେ ତିନି ବରିଷ୍ଠ ନେତାଙ୍କୁ ଦୟିତ୍ବ ଦିଆଯାଇଛି।

ସାଂସଦ ବିଷ୍ଣୁଦତ୍ତ ଶର୍ମା ମଧ୍ୟପ୍ରଦେଶ ବିଜେପି ରାଜ୍ୟ ଶାଖା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି କେ. ସୁରେନ୍ଦ୍ରନ୍‍ ବିଜେପି କେରଳ ଶାଖାର ନୂଆ ମୁଖ୍ୟ ହୋଇଥିବା ବେଳେ ଦାଲ ବାହାଦୂର ଚୌହାନ ସିକ୍କିମର ବିଜେପି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

Comments are closed.