ଆଖି ବୁଜିଲେ ଟ୍ରେନରେ ଜନ୍ମିତ ୩ ନବଜାତ ଶିଶୁପୁତ୍ର

ଭଦ୍ରକ: ଭଦ୍ରକ ଷ୍ଟେଶନରେ ଟ୍ରେନ ଭିତରେ ଜନ୍ମଲାଭ କରିଥିବା ୩ ନବଜାତ ଶିଶୁପୁତ୍ର ଶେଷରେ ଆଖି ବୁଜିଛନ୍ତି। ଭଦ୍ରକ ମେଡିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ବର୍ତ୍ତମାନ ସୁସ୍ଥ ଥିବାବେଳେ ଭଦ୍ରକ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଅନୁସାରେ, ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସରେ ଆସାମର ଜଣେ ମହିଳା ଯାତ୍ରା କରୁଥିଲେ। ଭଦ୍ରକ ଷ୍ଟେଶନରେ ସେ ଟ୍ରେନ ଭିତରେ ୩ ଜଣ ନବଜାତ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଜିଆରପି ପକ୍ଷରୁ ତୁରନ୍ତ ଶିଶୁପୁତ୍ରମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.