ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ବାରେଣ୍ଟାଇନରୁ ଏବଂ ଜଣେ ସ୍ଥାନୀୟ ଲୋକ ରହିଥିବା ବିଏମସି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଭିମପୁର ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ଏବଂ  ଭରତପୁର ଅଞ୍ଚଳରୁ ଜଣେ ୩୬ ବର୍ଷୀୟ ଯୁବକ ରହିଛନ୍ତି । ଏହି ଦୁଇ ଜଣ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ସେହିପରି ଡୁମଡୁମା ଅଞ୍ଚଳରୁ ଜଣେ ୪୮ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଯୁବକ ଜଣଙ୍କ ଗଞ୍ଜାମରୁ ଫେରିଥିବା ବିଏମସି ସୂଚନା ଦେଇଛି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ଭୁବନେଶ୍ବରର ୪୨ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.