ପୁଣି ୩ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ। ସେମାନଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲାର ହୋଇଥିବାବେଳେ ଅନ୍ୟ ଜଣେ ଗଜପତି ଜିଲାର। ଗଞ୍ଜାମ ଜିଲାର ୨ ମୃତକ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୩ ଏବଂ ୬୦ ବର୍ଷ। ସେହିପରି ଗଜପତି ଜିଲାର ମୃତକ ଜଣେ ମହିଳା ଏବଂ ତାଙ୍କ ବୟସ ୪୮ ବର୍ଷ। ସେ ମେଦବହୁଳତା ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ।

ଶନିବାର ୩ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି। ସେହିପରି ଗଞ୍ଜାମ ଜିଲାରେ ସର୍ବାଧିକ ୫୨ ଜଣଙ୍କ ମୃତ୍ୟୁ ଘଟିଛି।

Comments
Loading...