ପୁଣି ଲାଲ ବାହିନୀକୁ ଧକ୍କା: ଯବାନଙ୍କ ସହ ଗୁଳି ବିନିମୟରେ ଟଲିଲେ ତିନି ମହିଳା ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ଼ ଦନ୍ତେବାଡ଼ା ଜିଲାରେ ଯବାନଙ୍କ ଗୁଳିରେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ୍ୟ ଘଟିଛି। ଅଦିବଲ ଓ କୁଞ୍ଜରସ ଜଙ୍ଗଲରେ ସୋମବାର ପୋଲିସର କୁମ୍ବିଙ୍ଗ ଅପରେସନ ଚାଲୁଥିବା ସମୟରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହେଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ପରେ ପୋଲିସ ସର୍ଚ୍ଚ ଅପରେସନରେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ ଦେହ ସମେତ ବିସ୍ପୋରକ, ବନ୍ଧୁକ ଓ ମାଓବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ମୃତ ମାଓବାଦୀମାନେ ହେଲେ କଟକଲ୍ୟାଣ ମାଓ ସଂଗଠନର ସଦସ୍ୟ ରାଜେ ମୁଚାକି ,ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସେହିପରି କେ ଏ ଏମ ସି ସଂଗଠନର ମୁଖ୍ୟ ଗୀତା ମାର୍କମ ଓ ସି ଏନ ଏମ ମାଓବାଦୀ ସଂଗଠନର ମୁଖ୍ୟ ଜ୍ୟୋତି ରୂପ ଉଭୟଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସଂପ୍ରତି ପୁଲିସ ପକ୍ଷରୁ ଏହି ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇ କୁମ୍ବିଙ୍ଗ ଜୋରଦାର କରାଯାଇଛି ।

Comments are closed.