ଫାଟିଲା ବ୍ୟାଟେରୀ ; ୩ ନାବାଳକ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ମଙ୍ଗଳବାର ସକାଳ ୮ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ନେଇ ଖେଳୁଥିବା ସମୟରେ ତାହା ଫାଟି ଯାଇ ୩ ନାବାଳକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଗୁରୁତର ୩ ନାବାଳକଙ୍କ ବୟସ ୧୦ ରୁ ୧୨ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

Comments are closed.