ସ୍ୱାଭିମାନ ଅଞ୍ଚଳରୁ ୩ଟି ଆଇଇଡି ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲାର ସ୍ୱାଭମିମାନ ଅଞ୍ଚଳରୁ ୩ଟି ଆଇଇଡି ଜବତ କରାଯାଇଛି। ଏଥିସହିତ ବିପୁଳ ପରିମାଣର ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ସୀମା ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଦଳ ରବିବାର ଦିନ ସ୍ୱାଭିମାନ ଅଞ୍ଚଳର ତେନ୍ତୁଳିପଦର ନିକଟ ଏକ ରାସ୍ତା କଡରୁ ଏହି ଆଇଇଡିକୁ ଜବତ କରିଥିଲେ। ଏଥିସହିତ ଅନ୍ୟାନ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ସୁରକ୍ଷା ବାହିନୀ ଯବାନମାନେ ଜବତ କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ରଗୁଡିକ ସିପିଆଇ(ଏମ) ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିର ବୋଲି ସନ୍ଦେହ କରାଯାଉଛି। ନକ୍ସଲମାନେ ଏହାକୁ ସୁରକ୍ଷା ବାହିନୀ ବିରୋଧରେ ବ୍ୟବହାର କରିବାକୁ ଜମା କରିଥିବା ଆଶଙ୍କା କରାଯାଉଛି ବୋଲି ମାଲକାନଗିରି ଏସଡିପିଓ ଅଭିଳାଷ କହିଛନ୍ତି।

Comments are closed.