ରୋହିଣୀ କୋର୍ଟରେ ଗୁଳିକାଣ୍ଡ, ୩ ଅପରାଧୀ ନିହତ

ନୂଆଦିଲ୍ଲୀର ଜନଗହଳି ପୂର୍ଣ୍ଣ ଅଂଚଳରେ ଥିବା ରୋହିଣୀ କୋର୍ଟରେ ଆଜି ଗୁଳିକାଣ୍ଡରେ ୩ ଜଣ ଅପରାଧୀ ନିହତ ହୋଇଛନ୍ତି। ଗୁଳି ବିନିମୟରେ ବିଚାରାଧୀନ ଅପରାଧୀ ଜିତେନ୍ଦ୍ର ଗୋଗୀଙ୍କ ସମେତ ତିନିଜଣ ଅପରାଧୀଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୋଗିଙ୍କୁ ଜଣେ ବିଚାରପତିଙ୍କ ନିକଟରେ ହାଜର କରାଯାଉଥିବା ବେଳେ ରୋହିଣୀ କୋର୍ଟରେ ଏହି ଘଟଣା ଘଟିଥିଲା। ଦୁଇ ଆକ୍ରମଣକାରୀ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗର ବୋଲି ଜଣାପଡିଛି ଏବଂ ସେମାନେ ଓକିଲ ପୋଷାକ ପିନ୍ଧି କୋର୍ଟ ମଧ୍ୟକୁ ପ୍ରବେଶ କରି ଗୁଳି ଚଳାଇ ଘଟଣାସ୍ଥଳରେ ତାଙ୍କୁ ହତ୍ୟା କରିଥିଲେ।

ଦିଲ୍ଲୀ ପୁଲିସ କର୍ମଚାରୀମାନେ ଏହାର ମୁକାବିଲା କରିବାକୁ ଯାଇ ଗୁଳି ବିନିମୟ କରିଥିଲେ ଯେଉଁଥିରେ ଉଭୟ ଆକ୍ରମଣକାରୀ ନିହତ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ କୋର୍ଟ ପରିସରରେ ୨୦ରୁ ଅଧିକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଓକିଲଙ୍କ ପୋଷାକରେ ଥିବା ଏବଂ ଜିତେନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିବା ଦୁଇ ଜଣ ଆକ୍ରମଣକାରୀଙ୍କ ଉପରେ ପୁଲିସ ଦଳ ତରଫରୁ ଗୁଳି ଚାଳନା କରାଯିବ ଫଳରେ ଉଭୟ ଆକ୍ରମଣକାରୀ ଗୋଗିଙ୍କ ସହ ମୃତ୍ୟୁ ବରଣ କରିଛନ୍ତି ବୋଲି ଦିଲ୍ଲୀ ପୁଲିସର ଲୋକ ସମ୍ପର୍କ ଅଧିକାରୀ ଚିନ୍ମୟ ବିଶ୍ୱାଳ କହିଛନ୍ତି।

Comments are closed.