ମାଛ ଧରିଲା ବେଳେ ପଡ଼ିଲା ବଜ୍ର, ୩ ଯୁବକ ମୃତ

ଖୁଣ୍ଟା: ମାଛ ଧରିଲା ବେଳେ ବଜ୍ରପାତ ହୋଇ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡପଥରା ଗ୍ରାମରେ ଶୁକ୍ରବାର ଏହି ଦୁଃଖଦ ଘଟଣା ଘଟିଛି। ୩ ଯୁବକ ଏକାଠି ମାଛ ଧରିବାକୁ ଯାଇଥିବା ବେଳେ ବଜ୍ରପାତରେ ସେମାନେ ପ୍ରାଣ ହରାଇଛନ୍ତି। ଖୁଣ୍ଟା ଦମକଳ ବାହିନୀ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରି ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ହିଞ୍ଜଳଗଡ଼ିଆର ଅନ୍ୟ ଜଣେ ମହିଳା ବଜ୍ରାଘାତରେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୁଣ୍ଟା ସମେତ ବ୍ଲକର ବିଭିନ୍ନ ଅଞ୍ଚଳରେ କଳା ବାଦଲ ଢାଙ୍କି ହୋଇଯିବା ପରେ ଏକ ଘଣ୍ଟା କାଳ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ଓ ବଜ୍ରପାତ ହୋଇଥିଲା।

Comments are closed.