ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପଛରୁ ପିଟିଲା ବାଇକ, ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଗୋଟିଏ ବାଇକ୍‌ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଉକ୍ତ ଟ୍ରକଟି ଗତ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଉକ୍ତ ଟ୍ରକଙ୍କୁ ରାସ୍ତାରୁ ହଟାଯାଇ ନ ଥିଲା। ଫଳରେ ବିଳମ୍ବିତ ରାତିରେ ୩ ଜଣ ଯୁବକ ଭୋଜି ଖାଇ ଫେରୁଥିବାବେଳେ ରାସ୍ତା ଉପରେ ଥିବା ଉକ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ସେମାନଙ୍କ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ଏବଂ ପ୍ରଶାସନର ଅବହେଳାରୁ ଏହି ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି।

Comments are closed.