ବିଜେପୁର ଉପନିର୍ବାଚନ ପାଇଁ ୩ଦିନ ସବୈତନିକ ଛୁଟି

ଭୁବନେଶ୍ବର: ବିଜେପୁରରେ ହେବାକୁ ଥିବା ଉପନିର୍ବାଚନ ଲାଗି ଆସନ୍ତା ୨୦ରୁ ତିନିଦିନ ପାଇଁ ସରକାରୀ ଚାକିରିଆଙ୍କୁ ସବୈତନିକ ଛୁଟି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଘୋଷଣା ହୋଇଥିବା ଏହି ଛୁଟିକୁ ନେଇ ସରକାରୀ ମତଦାତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।

ସିଇଓଙ୍କ ସୂଚନା ଅନୁଯାୟୀ ନିର୍ବାଚନର ପୂର୍ବଦିନ ଅର୍ଥାତ ୨୦ ତାରିଖରୁ ୨୨ତାରିଖ ପଯ୍ୟନ୍ତ ସରକାରୀ ଛୁଟି ମିଳିବ। ଏହାବ୍ୟତୀତ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ୩ଦିନରୁ ଅଧିକ ଗୋଟିଏ ଦିନ ସ୍ୱତନ୍ତ୍ର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ସରକାରଙ୍କ ଏହି ଛୁଟି ଘୋଷଣାକୁ ନେଇ ସରକାରୀ କର୍ମଚାରୀ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଛି।

Comments are closed.