ରାଜ୍ୟରେ ଆଉ ୨ ଦିନ ଲାଗି ରହିବ ବର୍ଷା : ଆଇଏମଡି

ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ଆଉ ୨ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମହାନିର୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଇଏମଡି ପକ୍ଷରୁ କେବଳ ଲଘୁଚାପ ନେଇ ପୂର୍ବାନୁମାନ କରାଯାଇଥିଲା। ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ। ଗୁରୁବାର ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୧୫ ଓ ୧୬ ତାରିଖରେ ରାଜ୍ୟରେ ବର୍ଷା ଲାଗି ରହିବ। ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅଳ୍ପ କେତେକ ସ୍ଥାନରେ ବଡ଼ ବର୍ଷାର ଆଶଙ୍କା ରହିଛି । ତେବେ ଏନେଇ ଡରିବାର କୌଣସି କଥା ନାହିଁ ବୋଲି ସେ କହିଛନ୍ତି ।

Comments are closed.