ତାଳଧ୍ଵଜ ପଛେ ପଛେ ଗଡ଼ିଲା ଦେବଦଳନ, ନନ୍ଦିଘୋଷ; ମାଉସୀମା ମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ପ୍ରଥମେ ତାଳଧ୍ଵଜ, ପଛେ ପଛେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ମାଉସୀମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର। ସୁପ୍ରିମକୋର୍ଟଙ୍କ କରୋନା କଟକଣା ଅନୁସାରେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଡ଼ ଦାଣ୍ଡରେ ଗଡ଼ିଛି ତିନି ରଥ। ସେବାୟତମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଜି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ବଡ଼ ଦାଣ୍ଡ ଖାଁ ଖାଁ ରହିଛି। ତଥାପି ଘଣ୍ଟ ଘଣ୍ଟା, କାହାଳୀରେ କମ୍ପି ଉଠୁଛି ରଥଦାଣ୍ଡ। ପୁଲିସ କର୍ମଚାରୀମାନେ ତିନି ରଥକୁ କର୍ଡନ କରି ଘେରି ରହିଛନ୍ତି। ଗରମ, ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସେବାୟତଙ୍କ ଉପରେ ପାଣି ସୀଞ୍ଚନ କରାଯାଉଛି।

Comments are closed.