ମଦ ମିଳିଲାନି, ସାନିଟାଇଜର ପିଇ ୩ ଭାଇ ମୃତ

ଭୋପାଳର ଜାହାଙ୍ଗୀରବାଦରେ ଗୋଟିଏ ପରିବାରର ୩ ଭାଇ ସାନିଟାଇଜର ପିଇ ପ୍ରାଣ ହରାଇ ଥିବା ଭଳି ଦୁଃଖଦାୟକ ଘଟଣା ଘଟିଛି। ସେହି ୩ ଭାଇ ଗୋଟିଏ ପରିବାରର ଓ ସମସ୍ତେ ଦିନ ମଜୁରିଆ ବୋଲି ଜଣାପଡିଛି। ତିନିଜଣଙ୍କ ମଧ୍ୟରୁ ଜଣେ ଭାଇ ଜାହାଙ୍ଗୀରବାଦରେ ଏବଂ ଅନ୍ୟ ଦୁଇଜଣ ଏମପି ନଗରରେ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୨୧ରେ କୋଭିଡ ପ୍ରତିବନ୍ଧକ ହେତୁ ମଦ ନ ମିଳିବାରୁ ପୀଡିତମାନେ ସାନିଟାଇଜର ପିଇଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି।

ଭୋପାଳ ସହକାରୀ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ୩ ଭାଇ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ସୂଚନା ଆମକୁ ମିଳିଛି। ଆମେ ଜାଣି ନାହୁଁ ସେମାନେ କେଉଁଠାରେ ଓ କେଉଁ ପରିସ୍ଥିତିରେ ବସି ସାନିଟାଇଜର ପିଇଥିଲେ। ଆମେ ଏହାର ଅନୁସନ୍ଧାନ କରିବୁ।

Comments are closed.