ବାଘ ଛାଲ ଓ ହାତୀଦାନ୍ତ ଜବତ ; ୩ ଗିରଫ

କେନ୍ଦୁଝର : କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ନିକଟରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଚଢାଉ କରି ବାଘ ଛାଲ ଓ ହାତୀଦାନ୍ତ ଜବତ କରିଥିବା ନେଇ ସୋମବାର ଜଣାପଡ଼ିଛି। ଗୋଟିଏ କଲରାପତରିଆ ବାଘ ଛାଲ, ୨ଟି ହାତୀ ଦାନ୍ତ ଜବତ ହୋଇଛି। ଏହାସହ ଛାଲ ଓ ଦାନ୍ତକୁ ବିକ୍ରି ପାଇଁ ଡିଲ ଚାଲୁଥିବା ସମୟରେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଘଟଣାର ତଦନ୍ତ ଜାରି ରଖିଛି। ମାତ୍ର ବାଘ ଛାଲ ଓ ହାତୀଦାନ୍ତ କେଉଁ ଠାରୁ ଶିକାର ହୋଇଛି ସେନେଇ କୌଣସି ସୂଚନା ଏଯାବତ ମିଳି ନାହିଁ।

 

Comments are closed.