ବ୍ରଜରାଜନଗରରେ ଯୁବକଙ୍କୁ ହତ୍ୟା ମାମଲାରେ ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ବସଷ୍ଟାଣ୍ଡରେ ଅମିତ ଧଳ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣାରେ ଗୁରୁବାର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାରେ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ ଗଠିତ ବିଭିନ୍ନ ପୁଲିସ ଟିମ୍ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୨୦ରୁ ଊର୍ଦ୍ଧ୍ଵ ଗୁଳି ଜବତ କରିଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ତାସ୍ ଖେଳୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଅମିତଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଏସପି ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ବିସ୍ତୃତ ବିବରଣୀ ଦେବେ ବୋଲି କୁହାଯାଇଛି।

Comments are closed.