କୂଅ ସଫା କରିବାକୁ ଯାଇ ୨ ଯୁବକଙ୍କ ଜୀବନ ଗଲା

ବୋୖଦ୍ଧ : ବୌଦ୍ଧ ଜିଲା ମହାନଦୀ ବ୍ରିଜଛକ ନିକଟରେ ଗୁରୁବାର କୂଅ ସଫା କରିବାକୁ ଯାଇ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ମହାନଦୀ ବ୍ରିଜଛକ ନିକଟରେ ଏକ ନୂତନ ଘର ରଙ୍ଗ ମାରୁଥିବା ଟୁଟୁସିଙ୍ଗା ଗ୍ରାମର ପ୍ରଫୁଲ୍ଲ ସାହୁ ଓ ନିରଞ୍ଜନ ଭୋଇ ଘର ମାଲିକଙ୍କ ଅନୁରୋଧ କ୍ରମେ ତାଙ୍କ କୂଅ ସଫା କରିବାକୁ କୂଅରେ ପଶିଥିଲେ। କୂଅ ଭିତରେ ଅମ୍ଲଜାନ ଅଭାବରୁ ଉଭୟଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରିଛନ୍ତି। ଘର ମାଲିକ ବ୍ରଜ କିଶୋର ବିଶିଙ୍କୁ ପୁଲିସ ଅଟକ ରଖିଛି।

Comments are closed.