କାନ୍ଥ ଭୁଶୁଡି ପଡି ଦୁଇ ପାଇପ୍ ମିସ୍ତ୍ରୀ ମୃତ

ଅନୁଗୁଳ: ବଅଁରପାଳ ବ୍ଳକ୍ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପଛପଟେ ଏକ ଅଘଟଣ ଘଟିଯାଇଛି। ଘରର କାନ୍ଥ ଭୁଶୁଡି ପଡି ଦୁଇ ଜଣ ପାଇପ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୀପୁ ପରିଡ଼ା(୩୪) ଏବଂ ତପନ ନାୟକ(୩୩)।

ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ମନ୍ଦିର ପାଖରେ ଥିବା ଜଣଙ୍କ ଘରେ ବ୍ୟକ୍ତିଙ୍କ ନୂଆ ଘରରେ ପାଇପ ଲାଇନ କାମ ଚାଲିଥିଲା। ଏହି ଦୁଇ ଜଣ ପାଚେରି ତଳୁ ମାଟି ଖୋଳୁ ଥିବା ବେଳେ ହଠାତ୍ ଘର କାନ୍ଥଟି ଭୁଶୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ମୃତକ ଦୀପୁ ପରିଡ଼ା ବୁଢାପଙ୍କ ଗାଁର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ତପନ ପରିଡାଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ। କିନ୍ତୁ ତପନ ବୁଢାପଙ୍କ ଗାଁରେ ଭଡା ଘରେ ରହୁଥିଲେ ଏବଂ ଦିପୁଙ୍କ ପାଖରେ ପାଇପ ମିସ୍ତ୍ରୀ ହେଲପର ଭାବେ କାମ କରୁଥିଲେ।

Comments are closed.