୯୫ ଲୋକସଭା କ୍ଷେତ୍ରରେ ଆଜି ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ମତଦାନ ହେବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡିଶାର୫ଟି ଲୋକସଭା ଆସନ ସହିତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଆସନଗୁଡିକ ମଧ୍ୟରେ ଆସାମର ୫, ବିହାର ୫, ଛତିଶଗଡ ୩, ଜାମ୍ମୁ-କାଶ୍ମୀର ୨, କର୍ଣ୍ଣାଟକ ୧୪, ମହାରାଷ୍ଟ୍ର ୧୦, ତାମିଲନାଡୁ ୩୮, ପଶ୍ଚିମବଙ୍ଗ ୩, ଓଡିଶା ୫, ପୁଡୁଚେରୀ ୧, ଉତ୍ତରପ୍ରଦେଶ ୮ ଓ ମଣିପୁର ୧। ତାମିଲନାଡୁର ଭେଲୋର ଆସନରେ ମତଦାନକୁ ଶେଷ ପର୍ଯ୍ୟାୟରେ ବାତିଲ କରାଯାଇଛି। ଏହି ପର୍ଯ୍ୟାୟରେ ଚର୍ଚ୍ଚିତ ଆସନଗୁଡିକ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ଓ ଫତେପୁର ସିକ୍ରି ରହିଛି। ସେହିପରି ତାମିଲନାଡୁର ଶିବଗଙ୍ଗା, ପଶ୍ଚିମବଙ୍ଗର ଦାର୍ଜିଲିଂ, ଜାମ୍ମୁ-କାଶ୍ମୀରର ଶ୍ରୀନଗର ଓ ଉଦ୍ଦାମପୁର, ମହାରାଷ୍ଟ୍ରର ଅମତରାବତୀ, ଛତିଶଗଡର ରାଜନନ୍ଦଗାଓଁ ଓ ଓଡିଶାର କନ୍ଧମାଳ ଆସନ ଚର୍ଚ୍ଚାରେ ରହିଛି।

Comments are closed.