ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ଦିବସରେ ୪୦୨ ଜଣଙ୍କୁ ଦିଆଗଲା ଟୀକା

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‍-୧୯ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଏଥିରେ ପ୍ରଥମ ଦିବସରେ ୩୦୭ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା। ଆଜି ଜିଲ୍ଲାର ଚାରୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦ୍ୱିତୀୟ ଦିବସ ଟୀକାକରଣ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଦିବସରେ ୪୦୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ ୧୯ ଟୀକା ଦିଆଯାଇଛି। ସେଥିମଧ୍ୟରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ୧୦୨ ଜଣ, ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୭ ଜଣ, ବାଉଁଶୁଣୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୦ ଜଣ ଓ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୩ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍‍କୁ କୋଭିଡ ଟୀକା ଦିଆଯାଇଥିବା ଜଣାଯାଇଛି। ଜିଲ୍ଳାକୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ୧୯୫୦ ଡୋଜ ଆସିଥିବାବେଳେ ଦ୍ୱିତୀୟ ଦିବସ ସୁଦ୍ଧା ଜିଲ୍ଲାରେ ୭୦୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋଭିଡ ଟୀକା ଦିଆଯାଇଛି।

Comments are closed.