ପୁଲିସ ଜାଲରେ ଲୁଟେରା; ଟାର୍ଗେଟରେ ଥିଲା ଶୀତଲଷଷ୍ଠୀ ଯାତ୍ରା

ବଲାଙ୍ଗୀର : ଗତ ୧୯ ତାରିଖରେ ଗୋଟିଏ ଦିନରେ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ସୁନା ଚେନ ଲୁଟ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‍ ତତ୍ପରତା ପ୍ରକାଶ କରିଥିଲା। ତଦନ୍ତ କରି ପୁଲିସ ଜଣେ ଆନ୍ତଃଜିଲା ଲୁଟେରାକୁ ଧରିବାରେ ସଫଳ ହୋଇଥିବା ବେଳେ ଲୁଟ ହୋଇଥିବା ସୁନାକୁ ଗ୍ରହଣ କରିବା ଅଭିଯୋଗରେ ପୁଲିସ ଅଉ ଜଣକୁ ଗିରଫ କରିଥିବା ଜଣାପଡ଼ିିଛି। ତଦନ୍ତ ସମୟରେ ଅନେକ ତଥ୍ୟ ପୁଲିସର ହସ୍ତଗତ ହୋଇଥିଲା। ଏପରିକି ସହରରେ ଆଗକୁ ହେବାକୁ ଥିବା ଶୀତଳଷଷ୍ଠୀକୁ ଏହି ଗ୍ୟାଙ୍ଗ ଟାର୍ଗେଟ କରିଥିବା ବେଳେ ଏହି ସମୟରେ ବହୁ ପରିମାଣର ଲୁଟପାଟ କରିବାର ବ୍ଲୁପ୍ରିଣ୍ଟ ତିଆରି କରିଥାଇପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। କେବଳ ଦୁଇ ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏବେ ବି କିଛି ଲୁଟେରା ସହରରେ ରହିଥିବା ସୂଚନା ମିଳିଛି। ଏମାନଙ୍କୁ ମଧ୍ୟ ପୁଲିସ ଧରିବାକୁ ଜାଲ ବିଛାଇଥିବା ସୂଚନା ମିଳିଛି।।

Comments are closed.