ଶୁକ୍ରବାର ରାଶିଫଳ ( ୦୮-୦୧-୨୦୨୧ )

ମେଷ: ବହୁ ସୁଖକର ଘଟଣା ଘଟିପାରେ। ସ୍ବକର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ବାଣିଜ୍ୟ କାରବାର ଭଲ ହେବ।

ବୃଷ: ବନ୍ଧୁ ସାହାଯ୍ୟ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

ମିଥୁନ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଭଲ, ମନ୍ଦ, ମିଶ୍ରିତ ଫଳ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଖିରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ।

କର୍କଟ: ପରିଶ୍ରମ ଯେତେ କଠିନ ହେଉନା କାହିଁକି ତା’ର ଉପଯୁକ୍ତ ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଦାନଶୀଳ ହେବେ। ଉପଭୋକ୍ତା ହୋଇପାରନ୍ତି। ଗୁଣବାନ୍‍ ହେବେ। ଧନ, ରତ୍ନ ଭରପୂର ରହିବ। ମାନୀ ହୋଇପାରନ୍ତି।

ସିଂହ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଭଗବତ ପ୍ରେମୀ ହେବେ। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।

କନ୍ୟା: ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଶତ୍ରୁନାଶ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‍ ହେବେ। ସୁଖ ମିଳିଲେ ବି ମନରେ ଉଦ୍‍ବେଗ ଜାତ ହୋଇପାରେ। ଗୁରୁଙ୍କ ସହିତ ସାଧନା କରିବେ। ବିଦ୍ୟା ଅର୍ଜନରେ ତତ୍ପର ହେବେ। କୁଳ ସାଧକ ହେବେ।

ତୁଳା: ରୋଜଗାର ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଶ୍ରୀ ଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଅପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ମହତ ହେବ।

ବିଛା: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ। ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ରଣାଙ୍ଗନକୁ ଯାତ୍ରା ଶୁଭଦାୟକ ହେବ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।

ଧନୁ: ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ସୁସମ୍ବାଦ ଶୁଣି ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

ମକର: ଶୁଭ ଖବର ମିଳିପାରେ। କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ। ପ୍ରତିଦ୍ୱନ୍ଦ୍ୱିତାରେ କୃତକାର୍ଯ୍ୟ ହେବେ।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣା ନେଇ ବିଜୟୀ ହେବେ। ପ୍ରବଚନର ରକ୍ଷାକର୍ତ୍ତା ହେବେ।

ମୀନ: ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ସନ୍ତାନ ସୁଖ ମିଳିପାରେ। ପୁଣ୍ୟବାନ୍‍ ହେବେ। ବିଶିଷ୍ଟ ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଅର୍ଥ ଟାଣ- ଟୁଣ ରହିପାରେ। ବିଭୂକୃପା ଲାଭ କରିପାରନ୍ତି। ଅଭୀଷ୍ଟ ସିଦ୍ଧି ହେବ।

Comments are closed.