ଦ୍ଵିତୀୟ ଦିନରେ କୋଭିଡ ଟୀକାକରଣ ପ୍ରାକ୍‍ ଅଭ୍ୟାସ କାର୍ଯ୍ୟକ୍ରମ

ଦେଶରେ କୋଭିଡ ନାଇଣ୍ଟିନ୍‍ ଟୀକାକରଣ ପୂର୍ବରୁ ଗତକାଲିଠାରୁ ଦୁଇଦିନିଆ ପ୍ରାକ୍‍ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଆଗକୁ ହେବାକୁ ଥିବା କରୋନା ଟୀକାକରଣ ସମୟରେ ବିଭିନ୍ନ ଆହ୍ୱାନର ମୁକାବିଲା ସହ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ଟୀକାକରଣ ଅଭିଯାନର ପରିଚାଳନାକାରୀମାନଙ୍କୁ ଆବଶ୍ୟକୀୟ ଅନୁଭୂତି ହାସଲ ହୋଇପାରିବ। ଏହି ଅଭ୍ୟାସ ବେଳେ ଆଗକୁ ହେବାକୁ ଥିବା ଟୀକାକରଣ ସମୟରେ ବିଭିନ୍ନ ସମ୍ଭାବ୍ୟ ସମସ୍ୟାଗୁଡ଼ିକୁ ପ୍ରତିହତ କରିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି।

ବିଶେଷ ଭାବରେ କରୋନା ଟିକାକରଣ କ୍ଷେତ୍ରରେ ପ୍ରତ୍ୟେକଟି ସ୍ତରରେ ସୁନିୟୋଜିତ ଢଙ୍ଗରେ ଟିକା ପ୍ରକ୍ରିୟାକରଣ କୋ-ୱିନ୍‍ ପ୍ଲାଟଫର୍ମରେ ସୂଚନା ପରିଚାଳନା, ଟିକାକରଣର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ସହଯୋଗ ସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

Comments are closed.