ଦେଶରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଲା; ୨୯,୬୮୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ ହଜାର ତଳକୁ ଖସିବା ଆଶ୍ୱସ୍ତି ଆଣିଦେଇଛି। ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ଏଭଳି ତଳକୁ ଖସିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସେହି ସମୟ ମଧ୍ୟରେ ୪୨,୩୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରୁ ଆରୋଗ୍ୟ ଲାଭ କରିବା ହାର ୯୭.୩୯% ହୋଇଛି।

ସୋମବାର ସୁଦ୍ଧା ଦେଶରେ ମୋଟ ୪୫.୯୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେଥିରୁ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ୨.୩୩% ରହିଥିବା ଜଣାଯାଇଛି। ସେହିଭଳି ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ୩,୯୮,୧୦୦ରେ ପହଞ୍ଚିଛି, ଯାହା ୧୨୪ ଦିନ ମଧ୍ୟରେ ସବୁଠାରୁ କମ୍‍। ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୪.୧୯ କୋଟି ପାନ ଟିକା ଦିଆଯାଇସାରିଛି।

Comments are closed.