ରାଜ୍ୟରେ ଚିହ୍ନଟ ହେଲେ ୨୯୬ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ସଂକ୍ରମିତ ୧୨୨ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୮ ଜଣ ଥିବା ଜଣାଯାଇଛି । ରାଜ୍ୟର ବାଲେଶ୍ୱରରେ ୪, ଭଦ୍ରକ ୪, ବଲାଙ୍ଗିର ୨, କଟକ ୨୩, ଦେବଗଡ ୫, ଢେଙ୍କାନାଳ ୧, ଗଜପତି ୧୦, ଜଗତସିଂହପୁର ୩ ଓ ଯାଜପୁରରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରେ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୫୨, କୋରାପୁଟ ୧, ମାଲକାନଗିରି ୪ ଓ ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାଗଡ ୧, ରାୟଗଡା ୧, ସମ୍ବଲପୁର ୪, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୩୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୩୦୫୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Comments are closed.