ପାଟଣା ବ୍ଲକରେ ୨୯୧ ବିଦେଶାଗତ ପକ୍ଷୀ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ ବନବିଭାଗ ପକ୍ଷରୁ ପଷୀ ଗଣନା କରାଯାଇଛି। ପାଟଣା ବ୍ଲକର ରାଜନଗର ବୈତରଣୀ ଶୈବ୍ୟାକାବେରୀ ତୀର୍ଥରେ ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳି ନାହିଁ। କେବଳ ଖିରେଇଟାଙ୍ଗିରି ବଡବନ୍ଧରେ ଡେଣ୍ଡରା-ସି-ଗ୍ୟାନ ଜାତୀୟ ୨୯୧ ଟି ବିଦେଶାଗତ ପକ୍ଷୀଙ୍କୁ ଗଣନାରେ ସାମିଲ କରାଯାଇଛି। ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ସହ ବନପାଳ ଅମୁଲ୍ୟ କୁମାର ସେନାପତି ଓ ଫରେଷ୍ଟଗାର୍ଡ ଅକ୍ଷୟ କୁମାର ମହାନ୍ତି ପକ୍ଷୀଗଣନା  କରିଥିଲେ।

Comments are closed.