ରାଜ୍ୟରେ ପୁଣି ମୁଣ୍ଡ ଟେକିଲା ସଂକ୍ରମଣ; ଦିନକରେ ୨୮୮ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଦୈନିକ କରୋନା ସଂକ୍ରମଣ ନିମ୍ନ ସ୍ତରରେ ରହିବା ପରେ ମଙ୍ଗଳବାର ତାହା ପୁଣି ଉପରମୁହାଁ ହୋଇଛି । ରାଜ୍ୟରେ ଦିନକ ମଧ୍ୟରେ ୨୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୬ ଓ ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୫୩ ଜଣ ରହିଥିବା ଜଣାଯାଇଛି । ରାଜ୍ୟର ବରଗଡରୁ ୧, ଭଦ୍ରକ ୭, ବଲାଙ୍ଗିର ୩, ବଉଦ ୧, କଟକ ୨୧, ଦେବଗଡ ୧, ଢେଙ୍କାନାଳ ୪ ଓ ଗଜପତିରୁ ୫ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୨, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୨, କଳାହାଣ୍ଡି ୧, କେନ୍ଦ୍ରାପଡା ୮, କେନ୍ଦୁଝର ୧, ଖୋର୍ଦ୍ଧାରେ ୧୩୦ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ୧, ମୟୁରଭଞ୍ଜ ୧୨, ନୟାଗଡ ୬, ପୁରୀ ୧୫, ସମ୍ବଲପୁର ୧୭, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୨୨୨୧ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

Comments are closed.