ରାଜ୍ୟରେ ୨୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ, ରୋଗୀ ସଂଖ୍ୟା ୫୭୫୨କୁ ବୃଦ୍ଧି

ଗଜପତିରୁ ସର୍ବାଧିକ ୭୬, ଗଞ୍ଜାମରୁ ୭୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ବୁଧବାର ୨୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।

ବୁଧବାର ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ଵର ୩, କଟକ ୪, ଯାଜପୁର ୬, ପୁରୀ ୯, ଜଗତସିଂହପୁର ୧୧, କନ୍ଧମାଳରୁ ୧୭ ଜଣ ରହିଛନ୍ତି। ସେହିପରି ଗଞ୍ଜାମ ଜିଲାରୁ ୭୫ ଜଣ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲାରୁ ୭୬, ସମ୍ବଲପୁରରୁ ୧୩, ମୟୂରଭଞ୍ଜ ୬, କୋରାପୁଟ, ଅନୁଗୋଳ, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ନୟାଗଡ଼ରୁ ଜଣେ ଲେଖାଏ ରୋଗୀ ଅଛନ୍ତି। ଏହାବ୍ୟତୀତ ଏନଡିଆରଏଫର ୮ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି। ଏମାନେ ଅମ୍ପନ ବାତ୍ୟାରେ ଉଦ୍ଧାରକାର୍ଯ୍ୟ ଲାଗି ପଶ୍ଚିମବଙ୍ଗ ଯାଇ ସେଠାରୁ ଫେରିବା ପରେ ସଂକ୍ରମିତ ହୋଇଛନ୍ତି।

Comments are closed.