କେରଳରେ ସ୍ଥାପନ ହେବ ୨୮ଟି ପୋକସୋ ଫାଷ୍ଟ୍‍ଟ୍ରାକ୍‍ କୋର୍ଟ

କେରଳ: କେରଳ ସରକାର ପୋକସୋ ଆଇନ ସଂକ୍ରାନ୍ତ ମାମଲାର ବିଚାର ପାଇଁ ରାଜ୍ୟରେ ଖୁବଶୀଘ୍ର ୨୮ଟି ନୂତନ ଫାଷ୍ଟ୍‍ଟ୍ରାକ୍‍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଆଇନମନ୍ତ୍ରୀ ଏ ନେଇ ଅନୁମତି ଦେବା ସହ ପ୍ରଥମ ପର୍ଯ୍ୟାୟ ପାଣ୍ଠି ପ୍ରଦାନ କରିଛନ୍ତି। ଛୋଟ ପିଲାମାନଙ୍କ ପ୍ରତି ଯୌନ ଅପରାଧ ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କୋର୍ଟ ସ୍ଥାପନ କରାଯିବ। ସର୍ବଶେଷ ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ୨ ହଜାର ୪୯୭ ପୋକସୋ ମାମଲାର ତଦନ୍ତ ଚାଲିଥିବାବେଳେ ୯ ହଜାର ୪୫୭ଟି ମାମଲା ବିଚାରଧୀନ ରହିଛି।

କେନ୍ଦ୍ର ସରକାରଙ୍କ ନିର୍ଭୟା ପାଣ୍ଠି ଅର୍ଥରେ ଏହି କୋର୍ଟ ପ୍ରତିଷ୍ଠା କରାଯିବ। ପ୍ରତି କୋର୍ଟ ପାଇଁ କେନ୍ଦ୍ର ସରକାର ଷାଠିଏ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ପ୍ରତି କୋର୍ଟ ପିଛା ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Comments are closed.