ବଢୁଛି ହୀରାକୁଦ ଜଳସ୍ତର ; ଖୋଲିଲା ୨୮ଟି ଗେଟ୍

ହୀରାକୁଦ :  ହୀରାକୁଦ ଜଳଭଣ୍ଡାରର  ବୃଦ୍ଧି ପାଇବାରେ ଲାଗିଛି । ଲଘୁଚାପ ବର୍ଷା ଓ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୨୮ଟି ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଶନିବାର ପୂର୍ବାହ୍ନରୁ ଅପରାହ୍ନ ମଧ୍ୟରେ ୮ଟି ଗେଟ୍ ଖୋଲାଯାଇଛି ।  ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୭.୦୮ ଫୁଟ ରହିଛି। ହୀରାକୁଦର ଉପରମୁଣ୍ଡରେ ଏବେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି।
ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୯ ହଜାର ୫୦୮ ଘନ ଫୁଟ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୭ ହଜାର ୩୫ ଘନ ଫୁଟ ଜଳ ନିଷ୍କାସିତ ହେଉଛି। ତେଣୁ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି।

Comments are closed.