ରାଜ୍ୟରେ ୨୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କରୋନାରୁ ୩୪୭ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୫୯ ଓ ସ୍ଥାନୀୟ ସଂକ୍ରମିତ ୧୧୭ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଥିବା ଜଣାଯାଇଛି । ବାଲେଶ୍ୱର ଜିଲାରେ ୧୫, ଭଦ୍ରକ ୩, ବଲାଙ୍ଗିର ୪, କଟକ ୧୭, ଢେଙ୍କାନାଳ ୧୦, ଗଜପତି ୮, ଜଗତସିଂହପୁର ୫, କଳାହାଣ୍ଡିରେ ୨ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ୬, ଖୋର୍ଦ୍ଧା ୧୩୮, ମୟୁରଭଞ୍ଜ ୨, ନୟାଗଡ ୨, ନୂଆପଡା ୪, ପୁରୀ ୬ ଓ ସମ୍ବଲପୁରରେ ୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ସୋନପୁର ୧, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୩୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୨୧୯୭ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ୩୧୩୪ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ଜଣାଯାଇଛି । ଦିନକ ମଧ୍ୟରେ ଖୋର୍ଦ୍ଧାରୁ ୨, ଗଞ୍ଜାମ ଓ ପୁରୀ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି ।

Comments are closed.