ମଙ୍ଗଳବାର ରାଶିଫଳ ( ୨୬-୦୧-୨୦୨୧ )

ମେଷ: ମନ ପ୍ରସନ୍ନ ରହିବ। ଧର୍ମଭାବାପନ୍ନ ହେବେ। ମଧୁରଭାଷାରେ ଜନମନ ଆକର୍ଷଣ କରିପାରନ୍ତି। ​‌େ‌ମେଳାପୀ ପ୍ରକୃତିର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍‌ ହେବେ।

ବୃଷ: ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷା, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନାଗମର ସୂଚନା ମିଳୁଛି।

ମିଥୁନ: ଆୟର ମାର୍ଗ ଉନ୍ମୁକ୍ତ ରହିବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: କର୍ମଚଞ୍ଚଳ ରହିବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା ପ୍ରକାଶ କରିବେ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ସାହସୀ ଓ ଜ୍ଞାନୀ ହେବେ।

ସିଂହ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ବୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ତନ୍ତ୍ର ମନ୍ତ୍ରାଦି ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

କନ୍ୟା: କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ସମୟ ବିତାଇବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

ବିଛା: ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ମିତ୍ରମାନେ ଅସହଯୋଗୀ ହେବେ। ଜଳଯାତ୍ରାରେ ଭୟ ରହୁଛି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।

ଧନୁ: ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ସ୍ବକର୍ମର ସଫଳତା ପାଇଁ ମନ ମଧ୍ୟରେ ଗର୍ବଭାବ ବହନ କରିପାରନ୍ତି। ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ପ୍ରେରଣାଦାତ୍ରୀ ହେବେ। ଅବିବାହିତଙ୍କର ବିବାହ ସମ୍ବନ୍ଧ ସୁକନ୍ୟା ସହ ସ୍ଥିର ହେବ।

ମକର: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କ୍ଷେତ୍ର ଲାଭଜନକ ହେବ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ଯାନବାହନ ସୁଖ ମିଳିବ।

କୁମ୍ଭ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ଶୈଳୀ ଆପଣଙ୍କୁ ମହାନ୍‌ କରିପାରେ। କଫରେ ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ସୁଖୀ ହେବେ।

ମୀନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

Comments are closed.